Stock Knowledge Academy

ଶେୟାର ମାର୍କେଟ୍ କଣ ଓ ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଓଡ଼ିଆରେ

ଶେୟାର ମାର୍କେଟ୍ କଣ ଓ ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଓଡ଼ିଆରେ

ଶେୟାର ମାର୍କେଟ୍ କଣ odia

ଆଉ ଗୋଟିଏ Important ବ୍ଲଗ କୁ ଆପଣ ସମସ୍ତଙ୍କୁ ସ୍ୱାଗତ | ଆଜି ଆପଣଙ୍କୁ SEBI Registered Research Analyst & Stock Market Professional ଶ୍ରୀଯୁକ୍ତ Sudhansu Sekhar Panda ଜଣେଇବେ ପ୍ରକୃତରେ Stock ମାର୍କେଟ କିମ୍ବା ଶେୟାର ମାର୍କେଟ କଣ | ଏଠାରେ କିଭଳି କାମ କରାଯାଏ |

ଶେୟାର ମାର୍କେଟ୍ କଣ ?

ଶେୟାର ମାର୍କେଟ୍, ଯାହାକୁ ଷ୍ଟକ୍ ମାର୍କେଟ୍ ମଧ୍ୟ କୁହାଯାଏ, ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ କମ୍ପାନୀଗୁଡ଼ିକର ଶେୟାର (ଅଂଶୀଦାରୀ) କିଣାବିକା ହୁଏ। ଏହା ଏକ ବଜାର ଯେଉଁଠାରେ ବିନିଯୋଗକାରୀମାନେ କମ୍ପାନୀର ଶେୟାର କିଣି ସେମାନଙ୍କ ମାଲିକାନାର ଅଂଶ ହାସଲ କରନ୍ତି। ଶେୟାର ମାର୍କେଟ୍ ମାଧ୍ୟମରେ କମ୍ପାନୀଗୁଡ଼ିକ ପୁଞ୍ଜି ସଂଗ୍ରହ କରନ୍ତି ଏବଂ ବିନିଯୋଗକାରୀମାନେ ଲାଭାଂଶ (Dividend) କିମ୍ବା ଶେୟାର ମୂଲ୍ୟ ବୃଦ୍ଧି ମାଧ୍ୟମରେ ଆୟ କରନ୍ତି।

ଭାରତରେ ଦୁଇଟି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ NSE & BSE

ନିଫ୍ଟି ୫୦ ଓ ସେନ୍ସେକ୍ସ ହେଉଛି ଭାରତୀୟ ଷ୍ଟକ୍ ମାର୍କେଟର ଦୁଇଟି ପ୍ରମୁଖ ସୂଚକାଙ୍କ (indices), ଯାହା ଦେଶର ଅର୍ଥନୀତି ଓ ବଜାରର ସ୍ଥିତିକୁ ମାପିବାରେ ସାହାଯ୍ୟ କରେ। ନିଫ୍ଟି ୫୦, ଯାହାର ପୂର୍ଣ୍ଣ ନାମ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଫିଫ୍ଟି (National Stock Exchange Fifty), ଏହା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଭାରତର ୫୦ଟି ଶୀର୍ଷ କମ୍ପାନୀର ଷ୍ଟକ୍ ପରିବେଷଣକୁ ମାପେ, ଯେଉଁମାନେ ବିଭିନ୍ନ କ୍ଷେତ୍ର ଯେପରିକି ବ୍ୟାଙ୍କିଙ୍ଗ, ଆଇଟି, ଉତ୍ପାଦନ, ଓ ଗ୍ରାହକ ଉତ୍ପାଦ ଆଦିରେ କାର୍ଯ୍ୟ କରନ୍ତି।

ଅନ୍ୟପକ୍ଷରେ, ସେନ୍ସେକ୍ସ, ଯାହାର ପୂର୍ଣ୍ଣ ନାମ ସେନ୍ସିଟିଭ ଇଣ୍ଡେକ୍ସ (Sensitive Index), ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଭାରତର ୩୦ଟି ପ୍ରମୁଖ କମ୍ପାନୀର ଷ୍ଟକ୍ ପରିବେଷଣକୁ ପ୍ରତିଫଳିତ କରେ। ଉଭୟ ସୂଚକାଙ୍କ ମୂଲ୍ୟ ସେହି କମ୍ପାନୀଗୁଡିକର ଷ୍ଟକ୍ ଦର ଉପରେ ନିର୍ଭର କରେ ଏବଂ ବଜାରର Up Down ଦର୍ଶାଏ। ଏହି ସୂଚକାଙ୍କ ମାଧ୍ୟମରେ ନିବେଶକମାନେ ଅର୍ଥନୀତିର ସ୍ଥିତି, କମ୍ପାନୀର ବୃଦ୍ଧି, ଓ ବଜାରର ମନୋଭାବକୁ ବୁଝି ନିବେଶ ନିଷ୍ପତି ନେପାରନ୍ତି। ନିଫ୍ଟି ଓ ସେନ୍ସେକ୍ସରେ ଥିବା କମ୍ପାନୀଗୁଡିକ ନିୟମିତ ଭାବେ ସମୀକ୍ଷା କରାଯାଏ ଏବଂ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରାଯାଏ। ଏହା ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଦର୍ପଣ ଭାବେ କାର୍ଯ୍ୟ କରେ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) – ଏହା ଏସିଆର ସବୁଠାରୁ ପୁରୁଣା ଷ୍ଟକ୍ ଏକ୍ସଚେଞ୍ଜ।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) – ଏହା ଭାରତର ସବୁଠାରୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ।

ଶେୟାର କଣ?

ଶେୟାର ହେଉଛି ଏକ କମ୍ପାନୀର ମାଲିକାନାର ଏକ ଛୋଟ ଅଂଶ। ଯେତେବେଳେ ଆପଣ ଗୋଟିଏ କମ୍ପାନୀର ଶେୟାର କିଣନ୍ତି, ଆପଣ ସେହି କମ୍ପାନୀର ଏକ ଅଂଶୀଦାର ହୁଅନ୍ତି। ଶେୟାର ମୂଲ୍ୟ କମ୍ପାନୀର ପ୍ରଦର୍ଶନ, ବଜାର ଚାହିଦା ଓ ଅର୍ଥନୈତିକ ପରିସ୍ଥିତି ଉପରେ ନିର୍ଭର କରେ।

ଶେୟାର ମାର୍କେଟ ରେ ଏହା ମଧ୍ୟ ଦେଖିବାକୁ ପଡେ କି କମ୍ପାନୀ କୋଉ Segment, କୋଉ product କିମ୍ବା କୋଉ service provide କରୁଅଛି | ଯେମିତି ବ୍ୟାଙ୍କିଙ୍ଗ ଶେୟାର, ୟାର ଅର୍ଥ ଏଇ କମ୍ପାନୀ ଟି ହେଉଛି ଏକ ବ୍ୟାଙ୍କ, ଉଦାହରଣ ସ୍ୱରୂପ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ | ଟାଟା ଷ୍ଟିଲ ଯିଏ କି ଦେଶର ଗୋଟିଏ ପ୍ରମୁଖ ଷ୍ଟିଲ maker company |

ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ କଣ ସତରେ SBI stock ମାର୍କେଟ ରେ listed ଅଛି | ହଁ ଆଜ୍ଞା SBI ବ୍ୟାଙ୍କ, ଭାରତୀୟ Stock ମାର୍କେଟ ର ଗୋଟିଏ Listed ଶେୟାର | ଯେତବେଳେ ଗୋଟିଏ company ର ଟଙ୍କା ର ଆବଶ୍ୟକତା, business ବଢେଇବା, ଅନ୍ୟ କାରଣ ବି ହୋଇପାରେ, ଆବଶ୍ୟକତା ହୋଇଥାଏ ସେଇ କମ୍ପାନୀ IPO ମାଧ୍ୟମ ରେ Stock ମାର୍କେଟ କୁ ପ୍ରଥମ ଥର ଆସିଥାଏ | ତାପରେ ସେଇ କମ୍ପାନୀ ଟି Public ଲିମିଟେଡ଼ ପାହ୍ୟା ପାଏ କାରଣ ଏବେ ସେଥିରେ ଅନେକ ଲୋକ କମ୍ପାନୀ ର ଶେୟାର ରେ ଅଂଶୀଦାର ହେଇଥାନ୍ତି |

IPO ବିଷୟରେ ସମ୍ପୂର୍ଣ ଜାଣନ୍ତୁ ଆମ ଏଇ ବ୍ଲଗ ଟି ପଢି:- ଆଇପିଓ କଣ ଜାଣିବା IPO ବିଷୟରେ ସବୁକିଛି

ଶେୟାର ମାର୍କେଟ୍ କିପରି କାମ କରେ?

କମ୍ପାନୀ ଶେୟାର ଜାରି କରେ: ଯେତେବେଳେ କୌଣସି କମ୍ପାନୀ ପୁଞ୍ଜି ସଂଗ୍ରହ କରିବାକୁ ଚାହେଁ, ଏହା ପବ୍ଲିକ୍‌କୁ ଶେୟାର ଜାରି କରେ। ଏହାକୁ ଇନିସିଆଲ ପବ୍ଲିକ୍ ଅଫରିଂ (IPO) କୁହାଯାଏ।
ବିନିଯୋଗକାରୀ ଶେୟାର କିଣନ୍ତି: ବିନିଯୋଗକାରୀମାନେ ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ଏହି ଶେୟାର କିଣନ୍ତି। ଏଥିପାଇଁ ସେମାନଙ୍କୁ ଏକ ଡିମ୍ୟାଟ ଆକାଉଣ୍ଟ ଓ ଟ୍ରେଡିଂ ଆକାଉଣ୍ଟ ଖୋଲିବାକୁ ପଡ଼େ।
ଶେୟାର କିଣାବିକା: ଷ୍ଟକ୍ ଏକ୍ସଚେଞ୍ଜରେ ଶେୟାରର ମୂଲ୍ୟ ଚାହିଦା ଓ ଯୋଗାଣ ( Demand & Supply ) ଅନୁସାରେ ଉପରତଳ ହୋଇଥାଏ। ବିନିଯୋଗକାରୀମାନେ କମ୍ ଦାମରେ ଶେୟାର କିଣି ଅଧିକ ଦାମରେ ବିକି ଲାଭ କରିବାକୁ ଚେଷ୍ଟା କରନ୍ତି।
ଲାଭାଂଶ ଓ ଲାଭ: ଯଦି କମ୍ପାନୀ ଲାଭ କରେ, ତେବେ ଏହା ଶେୟାରହୋଲ୍ଡରମାନଙ୍କୁ ଲାଭାଂଶ ଦେଇପାରେ ଯାହାକୁ Dividend କୁହାଯାଏ। ଏହା ବ୍ୟତୀତ, ଶେୟାରର ମୂଲ୍ୟ ବୃଦ୍ଧି ହେଲେ ବିନିଯୋଗକାରୀ ଶେୟାର ବିକି ଲାଭ କରିପାରନ୍ତି।

ଶେୟାର ମାର୍କେଟ୍‌ରେ Investment/Trading କରିବାର ପ୍ରକାର

 

Swing ଟ୍ରେଡିଙ୍ଗ
ପୋସିସନାଲ ଟ୍ରେଡିଙ୍ଗ
ଅପସନ ଟ୍ରେଡିଙ୍ଗ
Intraday ଟ୍ରେଡିଙ୍ଗ
Long Term Investing
Future ଟ୍ରେଡିଙ୍ଗ

ଆମେ କେବଳ ଏଠି ଆପଣକୁ ଜାଣିବା ଯୋଗ୍ୟ ତଥ୍ୟ ଦେବୁ| ଆପଣ ଆହୁରି research କରି ଜାଣି ପାରିବେ|

Swing ଟ୍ରେଡିଙ୍ଗ ରେ ଆମେ କୌଣସି ଭି stock କୁ କିଛି ଦିନ କିମ୍ବା କିଛି ସପ୍ତାହ ପାଇଁ କିଣିଥାଏ |

ପୋସିସନାଲ ଟ୍ରେଡିଙ୍ଗ ରେ ଆମେ କୌଣସିଭି Stock କୁ କିଛି Months ପାଇଁ invest କରିଥାଏ |

ଅପସନ Future ଟ୍ରେଡିଙ୍ଗ ସମ୍ପୂର୍ଣ ଅଲଗା ଏବଂ ଏହା ମାର୍କେଟ ରେ କିଛି knowledge ହେଲା ପରେ ଆପଣ ଜାଣି ପାରିବେ |

Intraday ଟ୍ରେଡିଙ୍ଗ ରେ ଆପଣକୁ stock ଟିକୁ ଗୋଟିଏ ଦିନରେ କିଣି କିମ୍ବା ବିକି, ସେଇ ଦିନ ମାର୍କେଟ ବନ୍ଦ ହେବ ପୂର୍ବରୁ ପୋସିସନ close କରିବାକୁ ହେବ |

LongTerm ରେ ଆପଣ stock କୁ over the year hold କରିପାରିବେ |

ଏହା ସବୁ ଶିଖିବା ଯୋଗ୍ୟ | ଆପଣ ଶିଖିବାକୁ ଚେଷ୍ଟା କରନ୍ତୁ |

ଇକ୍ୱିଟି ଶେୟାର: ଏହା ସାଧାରଣ ଶେୟାର ଯାହା କମ୍ପାନୀର ମାଲିକାନା ଦେଇଥାଏ। ଏହାରେ ଅଧିକ ଲାଭର ସମ୍ଭାବନା ସହିତ ଅଧିକ Risk ମଧ୍ୟ ଥାଏ।
ମ୍ୟୁଚୁଆଲ ଫଣ୍ଡ: ଏକାଧିକ ଶେୟାରରେ ବିନିଯୋଗ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ ଏକ ଜନପ୍ରିୟ ମାଧ୍ୟମ। ଏହା Risk କମାଇଥାଏ।

ଡେରିଭେଟିଭ୍ସ: ଫ୍ୟୁଚର୍ସ ଓ ଅପ୍ସନ୍ସ ଭଳି ବିନିଯୋଗ ଯାହା ଅଧିକ Riskier ହୋଇଥାଏ। Future Option, Intraday Trading କରିବାପାଇଁ ଆପଣକୁ Trading detail ରେ ଶିଖିବାକୁ ହେବ | ଆପଣ ଯଦି ଏବେ ଯାଏଁ ଆମ Stock ମାର୍କେଟ Course ସବୁ Check କରିନାହାନ୍ତି ତେବେ ଏବେ ହିଁ Check କରନ୍ତୁ |

ଲୋକମାନେ normally ଶେୟାର କୁ କିଣି ବର୍ଷ ବର୍ଷ ଧରି ଇନଭେଷ୍ଟମେଣ୍ଟ କରି ରଖିପାରିବେ | ଆପଣ Stock ମାର୍କେଟ ରେ ଶେୟାର କାହିଁକି କିଣନ୍ତି, ଏଇଥିପାଇଁ ନା କି 100 ଟଙ୍କା ରେ କିଣିଥିବା ଶେୟାର ଯଦି 150 କୁ ଚାଲିଗଲା ତେବେ ମୋତେ ଗୋଟିଏ ଶେୟାର ପିଛା 50 ଟଙ୍କାର ଲାଭ ମିଳିବ | ହେଲେ Stock ମାର୍କେଟ କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଖିବାକୁ ହୋଇଥାଏ କାରଣ Stock ମାର୍କେଟ ରେ ଲକ୍ଷ ଲକ୍ଷ Investor & Trader ସବୁଦିନ ନିଜ ଭାଗ୍ୟ କୁ ଭରସା କରି କିଛି ନ ଶିଖି ପ୍ରଥମେ ପ୍ରଥମେ ଭାବନ୍ତି ମୁଁ ଏକା ସବୁ ଲାଭ କରିଦେବି | ଏବଂ ତାର ଠିକ ଓଲଟା ହୁଏ ବହୁତ ଲୋକ ଏଇ ମାର୍କେଟ ରେ loss କରନ୍ତି | ମାତ୍ର କିଛି ବ୍ୟକ୍ତି ହିଁ ଏଠି ଶେଷ ପର୍ଯ୍ୟନ୍ତ ଲଢ଼ି ପାରନ୍ତି |

ତେଣୁ ଆପଣ ଇନଭେଷ୍ଟମେଣ୍ଟ କରନ୍ତୁ କିମ୍ବା Trading, ଶିଖିବା ନିହାତି ଦରକାର | କାରଣ ଏଇ field ଟି ଅପଣଂକ ପାଇଁ ସମ୍ପୂର୍ଣ ନୂଆ | ଶେୟାର ମାର୍କେଟ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିଜ ମେଣ୍ଟର ସହିତ Contact କରନ୍ତୁ – Whatsapp at 7008399203

ଆପଣ Stock ମାର୍କେଟ ରେ ଇନଭେଷ୍ଟମେଣ୍ଟ କୋଉ ମାଧ୍ୟମରେ କରିବେ

ଆପଣ ପୁଣି ଚିନ୍ତାକରୁଥିବେ sir ଏ Demat, ଟ୍ରେଡିଙ୍ଗ Account କଣ | ଦେଖନ୍ତୁ Stock ମାର୍କେଟ ରେ ଶେୟାର କିଣାବିକା, ଇନଭେଷ୍ଟମେଣ୍ଟ, ଟ୍ରେଡିଙ୍ଗ କିଛିବି କରିବାକୁ ହେଲେ ଆପଣକୁ ଗୋଟିଏ SEBI Registered Stock Broker ସହିତ Account ଖୋଲିବାକୁ ହବ | SEBI ହେଲେ ଭାରତୀୟ ଶେୟାର ମାର୍କେଟ ର ମାର୍କେଟ ରେଗୁଲେଟର, ଯିଏ stock ମାର୍କେଟ କିଭଳି ସୂଚରଃରୁପେ ଚାଲିବ, Investor ସୁରକ୍ଷା ଏବଂ ଶୃଙ୍ଖଳା ପ୍ରଣାଳୀ for କମ୍ପନୀ, Mutual Funds, ସମସ୍ତଙ୍କୁ କିପରି ଠିକ ଭାବରେ ଚଲିଆଯିବ ତାହା ନିର୍ଧାରିତ କରନ୍ତି | ମାର୍କେଟର Law, Rules, Regulations ସବୁ SEBI ନିର୍ଧାରିତ କରିଥାନ୍ତି |

ତେବେ ଆମ ଦେଶରେ ଥିବା SEBI ନିର୍ଦ୍ଧାରିତ Broker ସହ ଆପଣ Demat account ଖୋଲି ପାରିବେ | ଡିମ୍ୟାଟ ଓ ଟ୍ରେଡିଂ ଆକାଉଣ୍ଟ ଖୋଲନ୍ତୁ ( Open Demat or Trading Account ), ଏକ ବ୍ରୋକର (ଯେପରିକି Zerodha, Upstox, Angel One, Groww) ମାଧ୍ୟମରେ ଡିମ୍ୟାଟ ଆକାଉଣ୍ଟ ଖୋଲିପାରିବେ। ଡିମ୍ୟାଟ ଆକାଉଣ୍ଟରେ ଶେୟାର ଇଲେକ୍ଟ୍ରୋନିକ ରୂପରେ ରଖାଯାଏ। KYC ସମ୍ପୂର୍ଣ୍ଣ କରନ୍ତୁ: ପାନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ବିବରଣୀ ଇତ୍ୟାଦି ଦାଖଲ କରି KYC ପ୍ରକ୍ରିୟା ସମାପ୍ତ କରନ୍ତୁ।

ଶେୟାର ମାର୍କେଟ୍‌ର ସୁବିଧା ଅସୁବିଧା

ଶେୟାର ମାର୍କେଟ ରେ ଲାଭବାନ ହେବାପାଇଁ ସେମିତି କିଛି ପ୍ରମାଣିତ formula ନାହିଁ | ଆପଣ ଉଚିତ ଶେୟାର କୁ ଉଚିତ ମୂଲ୍ୟ ରେ କିଣି ବହୁତ ବର୍ଷଧରି ସେଥିରେ ଇନଭେଷ୍ଟମେଣ୍ଟ କରିପାରିବେ ଆଉ ଲାଭବାନ ହେଇପାରିବେ | ତେବେ ଏସବୁ ପ୍ରକ୍ରିୟା କରିବା ପାଇଁ ଆପଣକୁ stock ମାର୍କେଟ ଶିଖିବାକୁ ରହିବା ହେବ |

Dividend ହେଉଛି କମ୍ପାନୀ ର ବଳକା Profit ଯୋଉଟି କମ୍ପାନୀ ଚାହିଁଲେ ନିଜ Investors ଙ୍କ ମଧ୍ୟରେ ବାଣ୍ଟିଦିଏ | ଆପଣ ଯଦି ଟ୍ରେଡିଙ୍ଗ କରନ୍ତି ତେବେ ତାକୁ ଆହୁରି ଭଲଭାବରେ ଶିଖନ୍ତୁ | ଭଲ କମ୍ପାନୀ ରେ ସବୁବେଳେ ଇନଭେଷ୍ଟମେଣ୍ଟ କରନ୍ତୁ | ଗୋଟିଏ ଶେୟାର ରେ ନିଜର ସବୁ ଟଙ୍କା invest କରନ୍ତୁନି |

ଉଚ୍ଚ ରିଟର୍ଣ୍ଣ: ଦୀର୍ଘକାଳୀନ ବିନିଯୋଗରେ ଶେୟାର ମାର୍କେଟ୍ ଅଧିକ ରିଟର୍ଣ୍ଣ ଦେଇପାରେ।
ଲାଭାଂଶ: କମ୍ପାନୀର ଲାଭରୁ ନିୟମିତ ଆୟ ହୋଇପାରେ।
ମାଲିକାନା: ଶେୟାର କିଣି ଆପଣ କମ୍ପାନୀର ଅଂଶୀଦାର ହୁଅନ୍ତି।
ଲିକ୍ୱିଡିଟି: ଶେୟାର ସହଜରେ କିଣାବିକା ହୋଇପାରେ।

ଶେୟାର ମାର୍କେଟ୍‌ରେ ସଫଳତା ପାଇଁ ପରାମର୍ଶ

ଯେହେତୁ stock ମାର୍କେଟ ଇନଭେଷ୍ଟମେଣ୍ଟ ରିସ୍କ ଥାଏ, ସେଥିପାଇଁ ମାର୍କେଟକୁ ଶିଖିବା ସହିତ ମାର୍କେଟ crash, ତଳକୁ ଖସିବା ସମୟରେ ମାର୍କେଟ ରେ ଇମୋସନାଲ decision ନିଅନ୍ତୁନାହିଁ | ମାର୍କେଟ କୁ ଅର୍ଥନୀତିତିକ, Geo political, Pandemic, ରାଜନୈତିକ ଏମିତି ବହୁତ କାରଣ ପ୍ରଭାବିତ କରିଥାଏ | ସେଥିପାଇଁ ମାର୍କେଟ ବିଷୟରେ ଅଧିକ ଜାଣନ୍ତୁ | ଆମ ମେଣ୍ଟର ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ଜଣେ SEBI Registered Stock ମାର୍କେଟ Analyst | ଆପଣ ଯଦି ତାଙ୍କ ତତ୍ୱାବଧାନ ନେବାକୁ ଚାହାନ୍ତି ତେବେ ଆମକୁ Contact କରନ୍ତୁ |

ସବୁବେଳେ ଶିଖିବାକୁ ଚେଷ୍ଟା କରନ୍ତୁ | ଲାଭ କ୍ଷତି ଅଲଗା କଥା | ଏଇ Stock ମାର୍କେଟ ରେ ବହୁତ ବ୍ୟକ୍ତି ଅଛନ୍ତି ବହୁତ ଟଙ୍କା ରୋଜ଼ଗାର କରିଥିବାର ହେଲେ ଏମିତିବି ବହୁଳ ବ୍ୟକ୍ତି ଅଛନ୍ତି ଯିଏ Proper guidance ନପାଇ, ଭୁଲ ରାସ୍ତାରେ ଯାଇ, ଅଧିକ ଲୋଭରେ ସବୁ loss କରିଦିଅନ୍ତି | ଆପଣ ନିଜେ decide କରନ୍ତୁ ଆପଣ କେମିତି ଆଗକୁ ବଢିବାକୁ ଚାହାନ୍ତି |

ଭାରତୀୟ ଶେୟାର ମାର୍କେଟ୍‌ର ନିୟାମକ SEBI The Market Regulator

SEBI (Securities and Exchange Board of India): ଏହା ଭାରତୀୟ ଶେୟାର ମାର୍କେଟ୍‌ର ନିୟାମକ ସଂସ୍ଥା ଯାହା Investors ସ୍ୱାର୍ଥ ରକ୍ଷା କରେ ଓ ବଜାରରେ ସ୍ୱଚ୍ଛତା ରକ୍ଷା କରେ।

Conclusion

ଶେୟାର ମାର୍କେଟ୍ ଧନ ସୃଷ୍ଟି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରେ, କିନ୍ତୁ ଏହା Risk ସହିତ ଜଡ଼ିତ। ଯଥେଷ୍ଟ ଜ୍ଞାନ, ଧୈର୍ଯ୍ୟ ଓ ନିୟମିତ ଅଧ୍ୟୟନ ସହିତ ବିନିଯୋଗ କଲେ ଆପଣ ଦୀର୍ଘକାଳୀନ ଲାଭ ହାସଲ କରିପାରିବେ। ସର୍ବଦା ମନେ ରଖନ୍ତୁ, କେବଳ ସେହି ଟଙ୍କା ବିନିଯୋଗ କରନ୍ତୁ ଯାହା ଆପଣ ହରାଇବାକୁ ସମର୍ଥ।

Disclaimer: This article is only meant for educational purposes. Make careful decisions when investing/trading in the stock market. Mr. Sudhansu Sekhar Panda is a market professional and a SEBI-registered Research Analyst, who always tries to educate investors and traders in the right manner, so that they can learn the stock market in a deep and meaningful way. Registration granted by SEBI, membership of a SEBI-recognized supervisory body ( if any ), and certification from NISM in no way guarantee performance of the intermediary or provide any assurance of returns to investors. We are Bluemoon Research & Financial Services ( SEBI Registered Research Analyst, Regd No- INH000016135 ).

Leave a Comment

Your email address will not be published. Required fields are marked *

Scroll to Top