ଇନ୍ଟ୍ରାଡେ ଟ୍ରେଡିଂ କ’ଣ? | What is Intraday Trading in Odia |

ପରିଚୟ
ଆଜିର ଡିଜିଟାଲ ଯୁଗରେ ଷ୍ଟକ୍ ମାର୍କେଟ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବା ଅଧିକ ସହଜ ହୋଇପାରିଛି। ସେଥିରେ “ଇନ୍ଟ୍ରାଡେ ଟ୍ରେଡିଂ” ବହୁତ ପ୍ରଚଳିତ ଏକ ପ୍ରକ୍ରିୟା। ଯଦି ଆପଣ ଭୁବନେଶ୍ୱର କିମ୍ବା ଓଡିଶାର କୌଣସି ସ୍ଥାନରେ ରୁହୁଛନ୍ତି ଏବଂ ଘରୁ ବସି ଟ୍ରେଡିଂ କରିବାକୁ ଚାହୁଁଛନ୍ତି, ତେବେ ଇନ୍ଟ୍ରାଡେ ଟ୍ରେଡିଂ ଏକ ଆକର୍ଷଣୀୟ ବିକଳ୍ପ ହୋଇପାରେ।
ଇନ୍ଟ୍ରାଡେ ଟ୍ରେଡିଂ କ’ଣ? | What is Intraday Trading |
ଇନ୍ଟ୍ରାଡେ ଟ୍ରେଡିଂ ମାନେ ଏକ ଦିନ ମଧ୍ୟରେ ଶେୟର କିଣିବା ଓ ବିକ୍ରି କରିବା। ଅର୍ଥାତ୍ ଆପଣ ସକାଳେ ଶେୟର କିଣିବେ ଓ ସେହି ଦିନ ସନ୍ଧ୍ୟା ପୂର୍ବରୁ ତାହାକୁ ବିକ୍ରି କରିଦେବେ। ଏଠାରେ ଦୀର୍ଘମିଆଦି ନିବେଶ ନୁହେଁ, ବରଂ ଦିନ ମଧ୍ୟରେ ଦାମର ଉତ୍ତାର-ଚଢ଼ାରୁ ଲାଭ କମାଇବା ହେଉଛି ମୁଖ୍ୟ ଲକ୍ଷ୍ୟ।
ଭାରତରେ ଇନ୍ଟ୍ରାଡେ ଟ୍ରେଡିଂ କିପରି କାମ କରେ?
ଭାରତରେ ଷ୍ଟକ୍ ମାର୍କେଟ୍ ସକାଳ 9:15ରୁ ଆରମ୍ଭ ହୋଇ 3:30 ପର୍ଯ୍ୟନ୍ତ ଚାଲେ। ଏହି ସମୟ ମଧ୍ୟରେ ଆପଣ ଟ୍ରେଡିଂ କରିପାରିବେ।
ଇନ୍ଟ୍ରାଡେ ଟ୍ରେଡିଂ ପାଇଁ ଆପଣଙ୍କୁ ଏକ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ ଦରକାର।
ଓଡିଶାର ଟ୍ରେଡର୍ମାନଙ୍କ ପାଇଁ ସୁଯୋଗ
ଓଡିଶାରେ ଏବେ ବହୁତ ଯୁବକ ଓ ଯୁବତୀ ଷ୍ଟକ୍ ମାର୍କେଟ୍ ଦିଗରେ ଆଗ୍ରହ ଦେଖାଉଛନ୍ତି। ଭୁବନେଶ୍ୱର, କଟକ ଓ ରାଉରକେଲା ଭଳି ସହରଗୁଡ଼ିକରେ ଅନଲାଇନ୍ ଟ୍ରେଡିଂ ସହଜରେ କରାଯାଉଛି।
ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଥିଲେ ଆପଣ ସହଜରେ ଇନ୍ଟ୍ରାଡେ ଟ୍ରେଡିଂ ଆରମ୍ଭ କରିପାରିବେ।
ଇନ୍ଟ୍ରାଡେ ଟ୍ରେଡିଂର ଲାଭ
- ଦିନକୁ ଲାଭ କମାଇବାର ସୁଯୋଗ
- ଲମ୍ବା ସମୟ ପାଇଁ ଟଙ୍କା ଅଟକି ରହେନି
- ଛୋଟ ପୁଁଜିରେ ଆରମ୍ଭ କରିପାରିବେ
- ମାର୍ଜିନ୍ ସୁବିଧା ମିଳେ (ବ୍ରୋକର ଦ୍ୱାରା)
ଇନ୍ଟ୍ରାଡେ ଟ୍ରେଡିଂର Risk
- ବଜାରର ଅଚାନକ ପରିବର୍ତ୍ତନ
- ଅନଭିଜ୍ଞତା ଥିଲେ ଲସ୍ ହୋଇପାରେ
- ଅଧିକ ଲୋଭ ଓ ଭୟ ଟ୍ରେଡର୍କୁ ନଷ୍ଟ କରିପାରେ
- ନିୟମିତ ମନିଟରିଂ ଦରକାର
ନୂଆ ଟ୍ରେଡର୍ ପାଇଁ ଟିପ୍ସ
- ଆରମ୍ଭରେ ଛୋଟ ପୁଁଜି ନିଅନ୍ତୁ
- ଷ୍ଟପ୍-ଲସ୍ ବ୍ୟବହାର କରନ୍ତୁ
- ଏକାଧିକ ଟ୍ରେଡ୍ ନ କରନ୍ତୁ
- ମାର୍କେଟ୍ ଶିଖିବାକୁ ସମୟ ଦିଅନ୍ତୁ
- ନ୍ୟୁଜ୍ ଓ ଟେକ୍ନିକାଲ୍ ଆନାଲିସିସ୍ ଅନୁସରଣ କରନ୍ତୁ
- Only Focus Nifty Top Stocks which have quality
ଓଡିଶାରେ ଟ୍ରେଡିଂ ଶିଖିବାର ଉପାୟ
ଓଡିଶାରେ ବହୁତ ଅନଲାଇନ୍ ଓ ଅଫଲାଇନ୍ ଇନ୍ସଟିଟ୍ୟୁଟ୍ ଅଛି ଯେଉଁଠାରେ ଷ୍ଟକ୍ ମାର୍କେଟ୍ ଶିଖାଯାଏ। ସେଥିସହିତ ଯୁଟ୍ୟୁବ୍, ଟେଲିଗ୍ରାମ୍ ଓ ଅନଲାଇନ୍ କୋର୍ସ ମାଧ୍ୟମରେ ମଧ୍ୟ ଆପଣ ଶିଖିପାରିବେ। ଆପଣ ଆମକୁ Join କରି ପାରିବେ, ଆମେ Stock ମାର୍କେଟ ର ସବୁ ପ୍ରକାର Course provide କରୁଛେ, ଅଧିକ ଜାଣିବା ପାଇଁ ଆପଣ ଆମ page କୁ visit କରିପାରିବେ :- Stock Knowledge Academy
ଆପଣ ମଧ୍ୟ SEBI Registered Analyst ଙ୍କୁ Follow କରି ପରିବେ :- Bluemoon Research
ନିଷ୍କର୍ଷ
ଇନ୍ଟ୍ରାଡେ ଟ୍ରେଡିଂ ଏକ ଭଲ ଆୟର ସୁଯୋଗ ହୋଇପାରେ, କିନ୍ତୁ ଏହା ସହିତ Risk ମଧ୍ୟ ଜଡିତ। ଓଡିଶାର ଯୁବ ପିଢ଼ି ପାଇଁ ଏହା ଏକ ନୂଆ କ୍ୟାରିଅର୍ ଅପ୍ସନ୍ ହୋଇପାରେ, ଯଦି ସଠିକ୍ ଜ୍ଞାନ ଓ ଅନୁଭବ ସହିତ କରାଯାଏ।
ସେହିପରି, ପ୍ରଥମେ ଶିଖନ୍ତୁ, ପରେ ଧୀରେ ଧୀରେ ଟ୍ରେଡିଂ ଆରମ୍ଭ କରନ୍ତୁ।
Disclaimer :- Registration granted by SEBI, membership of a SEBI recognized supervisory body ( if any ), and certification from NISM in no way guarantee performance of the intermediary or provide any assurance of returns to investors. We are Bluemoon Research & Financial Services ( SEBI Registered Research Analyst, Regd No- INH000016135 ). The above-mentioned stocks are only for learning purposes, not recommended. Read the disclaimer and disclosure in detail on our website.